ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲଙ୍କ ଦ୍ୱାରା ଆୟୋଜିତ ଆଫଗାନିସ୍ତାନ ଉପରେ ଆଞ୍ଚଳିକ ସୁରକ୍ଷା ଆଲୋଚନା ପାଇଁ ଦିଲ୍ଲୀରେ ଥିବା ସାତୋଟି ରାଷ୍ଟ୍ରର ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟମାନେ କଥାବାର୍ତ୍ତା ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ମନ୍ତବ୍ୟରେ ଇରାନ, କାଜାଖସ୍ତାନ, ର୍କିଗିଜସ୍ଥାନ, ଋଷ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରଗୁଡିକୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଆଲୋଚନାର ଆୟୋଜନ ତଥା ଗୁଣବତ୍ତା ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆଫଗାନିସ୍ତାନ ପରିସ୍ଥିତି ଉପରେ ସେମାନେ ନିଜ ନିଜ ଦେଶର ଦୃଷ୍ଟିକୋଣ ମଧ୍ୟ ଜଣାଇଥିଲେ ।

ମହାମାରୀର ଆହ୍ୱାନ ସତ୍ୱେ ଦିଲ୍ଲୀ ସୁରକ୍ଷା ଆଲୋଚନାରେ ବରିଷ୍ଠ ଅଧିକାରୀଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସେ ଚାରିଟି ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ଆଫଗାନିସ୍ତାନ ପ୍ରସଙ୍ଗରେ ଏହି ଅଞ୍ଚଳର ଦେଶଗୁଡିକ ଧ୍ୟାନ ଦେବା ଆବଶ୍ୟକ: ଏକ ଅର୍ନ୍ତଭୁକ୍ତ ଶାସନର ଆବଶ୍ୟକତା; ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆଫଗାନିସ୍ତାନ ଇଲାକାକୁ ବ୍ୟବହାର ଉପରେ ଏକ ଶୂନ୍ୟ-ସହନଶୀଳତା ଆଭିମୁଖ୍ୟ; ଆଫଗାନିସ୍ତାନରୁ ନିଶା ଏବଂ ଅସ୍ତ୍ର କାରବାରକୁ ରୋକିବା ପାଇଁ ରଣନୀତି; ଏବଂ ଆଫଗାନିସ୍ତାନରେ ଦିନକୁ ଦିନ ଜଟିଳ ହେଉଥିବା ମାନବିକ ସଙ୍କଟକୁ ସମାଧାନ କରିବା ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ ଆଞ୍ଚଳିକ ସୁରକ୍ଷା କଥାବର୍ତ୍ତା ମଧ୍ୟ ଏସିଆର ପ୍ରଗତିଶୀଳ ସାଂସ୍କୃତିକ ପରମ୍ପରାକୁ ପୁନର୍ଜୀବିତ କରିବା ଏବଂ ଉଗ୍ରବାଦୀ କାର୍ଯ୍ୟକଳାପକୁ ପ୍ରତିହତ କ୍ଷେତ୍ରରେ କାର୍ଯ୍ୟ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi